ଗଣିଆ ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ
ଗଣିଆ,( ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ଲବନେନ୍ଦୁ ମହାନ୍ତି ଯୋଗଦାନ କରିଛନ୍ତି । ପୂର୍ବରୁ ଗଣିଆ ବିଡିଓ ଭାବେ ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷ ଦାୟିତ୍ୱ ତୁଲାଉଥିଲେ ।

ନୂତନ ବିଡିଓ ଶୀଯୁକ୍ତ ମହାନ୍ତି ସଚିବାଳୟର ପଂଚାୟତରାଜ ବିଭାଗରେ କାର୍ଯ୍ୟ କରୁଥିଲା ବେଳେ ଗଣିଆ ବ୍ଳକରେ ଯୋଗଦାନ କରି ଗଣିଆ ଭଳି ଆଦିବାସୀ ଅଧ୍ୟୁସିତ ବ୍ଳକରେ ଲୋକମାନଙ୍କର ସୁବିଧା ଅସୁବିଧା ଓ ଅଂଚଳର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସୋମବାର ଅପରାହ୍ନରେ ନୂତନ ବିଡିଓ କାର୍ଯ୍ୟରେ ଯୋଗଦେବାପରେ ଗଣିଆ ବ୍ଳକ ପ୍ରଶାସନ ପକ୍ଷରୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ବେଳେ ଗଣିଆ ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପଣ୍ଡା, ବରିଷ୍ଠ ବିଜେପି ନେତା ଶୁଭ୍ରଜିତ ପଣ୍ଡା, ମିଶନ ଶକ୍ତି ଅଧିକାରୀ ପ୍ରଭାକର ସାହୁଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।