ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର। ଦେହ ବ୍ୟବସାୟ ପାଇଁ ଦଲାଲ କରୁଥିଲେ ବାଧ୍ୟ
ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ ।ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ ଭୁବନେଶ୍ୱର ଚାଲାଣ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।ଭିଟାମାଟି ଛାଡ଼ି ଚାକିରି ଆଶାରେ ଭାରତ ପଳାଇ ଆସିଥିଲେ। କିନ୍ତୁ ସେଠାରେ ଚାକିରି ବଦଳରେ ଦେହ ବ୍ୟବସାୟ ପାଇଁ ଦଲାଲ ବାଧ୍ୟ କରୁଥିଲା । ନେପାଳ ସୀମା ପାର୍ କରି ୨ ଯୁବତୀଙ୍କୁ ପଶ୍ଚିମବଙ୍ଗ କୋଲକାତାକୁ ଅଣାଯାଇଥିଲା। ପରେ ଦିଲ୍ଲୀକୁ ନିଆଯାଇଥିଲା । ସେଠାରୁ ସେମାନେ ଟ୍ରେନ୍ ଯୋଗେ ଭୁବନେଶ୍ଵର ଆସି ଚନ୍ଦ୍ରଶେଖରପୁରର ଏକ ହୋଟେଲରେ ରହୁଥିଲେ ।ଯୁବତୀଙ୍କ ଘର ଓ ପରିବାର ଲୋକଙ୍କ ତଥ୍ୟ ଆଦାୟ କରାଯାଉଛି। ଦଲାଲ ଜଣକ ଭାରତୀୟ କିମ୍ବା ନେପାଳର । ଭୁବନେଶ୍ୱରରେ କେଉଁ ସେକ୍ସ ରାକେଟ୍ ସହ ଜଡ଼ିତ ଥିଲେ । କେତେ ଟଙ୍କା ଦେଇ ଦଲାଲ ଉଭୟଙ୍କୁ କିଣିଥିଲା? ସେନେଇ ମଧ୍ୟ ତନାଘନା ଚାଲିଛି ।