ଜନଗଣନା-୨୦୨୭ ପାଇଁ ଜୋରଦାର ପ୍ରସ୍ତୁତି: ସହଯୋଗ ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ
ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ ବା ଡିସିଏଚ୍ବି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ । ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଓଡ଼ିଶାର ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଚିଠି ଲେଖି ସମସ୍ତ ବିଭାଗର ସହଯୋଗ ଲୋଡିଛନ୍ତି ।ଜନଗଣନା କାର୍ଯ୍ୟକୁ ସମୟବଦ୍ଧ ଓ ନିର୍ଭୁଲ କରିବା ପାଇଁ ସମସ୍ତ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏଥର ଜନଗଣନା ପ୍ରକ୍ରିୟାକୁ ଅଧିକ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରାଯିବ ।ତଥ୍ୟ ସଂଗ୍ରହ, ସତ୍ୟାପନ ଏବଂ ପରିଚାଳନା ପ୍ରକ୍ରିୟାକୁ ପ୍ରଯୁକ୍ତିଭିତ୍ତିକ କରାଯିବ, ଯାହା ଦ୍ୱାରା ତଥ୍ୟର ସଠିକତା ଓ କାର୍ଯ୍ୟର ଗତି ବଢ଼ିବ । ଜନଗଣନା କେବଳ ଜନସଂଖ୍ୟାର ହିସାବ ନୁହେଁ, ବରଂ ଦେଶର ଭବିଷ୍ୟତ ଯୋଜନା, ନୀତି ନିର୍ଦ୍ଧାରଣ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଏହା ଏକ ମୂଳ ଆଧାର । ସେଥିପାଇଁ ଜନଗଣନା–୨୦୨୭କୁ ସଫଳ କରିବାକୁ ସରକାର ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ।