ଡିସେମ୍ବର ୧ରୁ ବଦଳିବ ଏହିସବୁ ନିୟମ: LPG ଦରଠାରୁ କ୍ରେଡିଟ୍ କାର୍ଡ

ଡିସେମ୍ବର ୧, ୨୦୨୬ରୁ ଦେଶରେ ଆର୍ଥିକ ଏବଂ ସାଧାରଣ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।   ଏହା ସିଧାସଳଖ ଆପଣଙ୍କ ପକେଟ୍ ଏବଂ ମାସିକ ବଜେଟ୍ ଉପରେ ପ୍ରଭାବ ପକାଇପାରେ। ତେବେ LPG ସିଲିଣ୍ଡରଠାରୁ ATF ଦରରେ ପରିବର୍ତ୍ତନ ପ୍ରତି ମାସର ପହିଲା ତାରିଖରେ ତୈଳ ବିପଣନ କମ୍ପାନୀଗୁଡ଼ିକ LPG ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି। ତେଣୁ ଡିସେମ୍ବର ୧ରେ ମଧ୍ୟ ଗ୍ୟାସ୍ ଦରକୁ ନେଇ ଲୋକଙ୍କ ନଜର ରହିବ। ବିଶେଷକରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ଗତ କିଛି ମାସ ମଧ୍ୟରେ ପରିବର୍ତ୍ତନ ହୋଇଛି। ଅନ୍ୟପଟେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଦୀର୍ଘ ସମୟ ଧରି ସ୍ଥିର ରହିଛି।SBI କ୍ରେଡିଟ୍ କାର୍ଡ ବ୍ୟବହାର ହୋଇପାରେ ମହଙ୍ଗା

ଦ୍ୱିତୀୟ ବଡ଼ ପରିବର୍ତ୍ତନ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ। ଯଦି ଆପଣ SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଡିସେମ୍ବର ୧ରୁ କିଛି ନିର୍ଦ୍ଦିଷ୍ଟ କାରବାର ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ପକ୍ଷରୁ କମୋଡିଟି ଡେରିଭେଟିଭ୍ସ ଟ୍ରେଡିଂ ପାଇଁ ନୂଆ ମାର୍ଜିନ୍ ନିୟମ ଲାଗୁ କରାଯିବ। ଡିସେମ୍ବର ୧ରୁ କମୋଡିଟି ମୂଲ୍ୟର ଉତ୍ଥାନ-ପତନ ଅନୁଯାୟୀ ଟ୍ରେଡର୍‌ଙ୍କୁ ପ୍ରାରମ୍ଭିକ ମାର୍ଜିନ୍ ରଖିବାକୁ ପଡ଼ିବ। କମ୍ ଅସ୍ଥିରତା ଥିବା କମୋଡିଟି ପାଇଁ ୬ ପ୍ରତିଶତ, ମଧ୍ୟମ ଅସ୍ଥିରତା ପାଇଁ ୮ ପ୍ରତିଶତ ଏବଂ ଅଧିକ ଅସ୍ଥିରତା ଥିବା କମୋଡିଟି ପାଇଁ ୧୦ ପ୍ରତିଶତ ମାର୍ଜିନ୍ ରଖିବାକୁ ହେବ। ଏହା ଟ୍ରେଡର୍‌ଙ୍କ ପୁଞ୍ଜି ଆବଶ୍ୟକତାକୁ ପ୍ରଭାବିତ କରିବ।GST ରେଜିଷ୍ଟ୍ରେସନ୍ ବାତିଲ୍ ପ୍ରକ୍ରିୟାରେ ପରିବର୍ତ୍ତନ

ଡିସେମ୍ବର ୧ରୁ GST ସହ ଜଡ଼ିତ ଆଉ ଏକ ନୂଆ ନିୟମ ଲାଗୁ ହେବ। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ କଷ୍ଟମ୍ସ (CBIC) ପକ୍ଷରୁ ସେଣ୍ଟ୍ରାଲ୍ GST ନିୟମ ୨୦୧୭ରେ ସଂଶୋଧନ କରାଯାଇଛି। ନଭେମ୍ବର ୨୫ ତାରିଖରେ ଏହାକୁ ଅଧିସୂଚିତ କରାଯାଇଛି।