ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ। ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। ତେଣୁ ଯେତିକି ସମୟ ମିଳୁଛି, ସେହି ସମୟ ମଧ୍ୟରେ ଚାଲିଛି ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ।ଏପରିକି ରତ୍ନଭଣ୍ଡାରରେ ଥିବା ଛୋଟ ଛୋଟ ରତ୍ନପଥରଠାରୁ ଆରମ୍ଭ କରି ବଡ଼ ବଡ଼ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀର ହେବ ସବିଶେଷ ହିସାବ।ରତ୍ନଭଣ୍ଡାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ କିଛିଟା ପ୍ରଭାବ ପଡ଼ିବା ସହ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ବନ୍ଦ ରହୁଛି। ତେଣୁ ଏକାଧିକ ଦିଗକୁ ବିଚାରକୁ ନେଇ ଗଣତି ପାଇଁ ଯେତିକି ସମୟ ଉପଲବ୍ଧ ହେଉଛି, ସେହି ସମୟ ମଧ୍ୟରେ କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇ ଦିନ ସମୟ ରଖାଯାଇଛି।