ଡି ଏମ ଏଲ ଟି ଛାତ୍ର ଛାତ୍ରୀ ଙ୍କୁ ଧୋକା 921 ପଦବୀ ର ଘରୋଇକାରଣ*
*HR ଟିଭି ଓଡ଼ିଆ. କଳାହାଣ୍ଡି (ଶେଖର ସୁମନ ଦାଶ). ଡିପ୍ଲୋମା ଇନ ମେଡିକାଲ ଲାବୋ୍ରୋଟୋରି ଟେକନିସିଆନ (ଡି ଏମ ଏଲ ଟି) ଦୁଇ ବର୍ଷିଆ କୋର୍ସ କରି ଥିବା ଛାତ୍ର ଛାତ୍ରୀ ଙ୍କୁ ଧୋକା ଦେଇ ଛନ୍ତି ରାଜ୍ୟ ସରକାର l 921 ପଦବୀ ପାଇଁ ପ୍ରଥମେ ଵିଜ୍ଞାପନ ପ୍ରକାଶ କରିବା ଓ ପରେ ପରୀକ୍ଷା ପୂର୍ବରୁ ଏହାକୁ ହଠାତ ବାତିଲ କରି ଦେଇ ପଦବୀ ଗୁଡିକର ଘରୋଇକରଣ କରା ଯାଇ ଅଛି l ଆଉଟସୋରସିଂ ମାଧ୍ୟମ ରେ ଏହି ପଦବୀ ଗୁଡିକ ପୂରଣ କରିଛନ୍ତି ରାଜ୍ୟ ସରକାର l ତେବେ ଏଭଳି ବିଚିତ୍ର ନିଷ୍ପତ୍ତି କୁ ନେଇ ଓଡିଶା ଲାବୋ୍ରୋଟୋରି ଟେକନିସିଆନ ସ୍ଟୁଡେଣ୍ତ ୟୁନିଅନ ଭିତରେ ଅସନ୍ତୋଷ ବଢିବାର ଲାଗିଛି l ବାରମ୍ବାର ରାଜ୍ୟ ସରକାର ଙ୍କ ନିକଟରେ ଫେରାଦ ହେଲେଣି କିନ୍ତୁ କୌଣସି ପ୍ରକାର ପ୍ରତିଶୁତି ମିଳୁ ନ ଥିବାରୁ ରାସ୍ତା କୁ ଓଲ୍ହାଇବା ପରିସ୍ଥିତି ସୃଷ୍ଟି ହେଲାଣି l ଡିପ୍ଲୋମା କରିଥିବା ରାଜ୍ୟର ପାଖାପାଖି 15 ହଜାର ରୁ ଉର୍ଦ୍ଧ ବେକାରୀ ଟେକନିସିଆନ ଙ୍କୁ ବଡ଼ ଝଟକା ଲାଗିଛି ଓଡିଶା ଷ୍ଟାଫ ସିଲେକ୍ସନ ମାଧ୍ୟମରେ ମେଡିକାଲ ଲାବରୋଟୋରି ଟେକନିସିଆନ ପଦବୀ ପାଇଁ 2023 ସେପ୍ଟେମ୍ବର 15 ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇ ଥିଲା ମୋଟ 921 ପଦବୀ ପାଇଁ l ଏଥିରେ ରାଜ୍ୟରୁ ପାଖାପାଖି 10 ହଜାର ରୁ ଉର୍ଦ୍ଧ ଆଶାୟୀ ପାର୍ଥି ଆବେଦନ କରି ଥିଲେ l ଏହି ପରୀକ୍ଷା ହେବାକୁ ମାତ୍ର 15 ଦିନ ଥିବା ବେଳେ ପରୀକ୍ଷା କୁ ରଦ୍ଧ କରା କରି ଦିଆ ଯାଇଥିଲା l ଏହା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 2023 ନଭେମ୍ବର 20 ରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏଥିରେ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମେଡିକାଲ ଲାବରୋଟୋରି ଟେକନିସିଆନ ପଦବୀ ସଂଖ୍ୟା 2035 ରୁ 1445 କୁ ହ୍ରାସ କରି ଦିଆଯାଇଥିଲା ଯାହା ଫଳରେ ଅନେକ ନୂଆ ଅସାୟିଙ୍କ ସରକାରୀ ଚାକିରୀ ପାଇବା ରାସ୍ତା କୁ ସଂକୁଚିତ କରାଯାଇଥିଲା lଏବେ ରାଜ୍ୟରେ ଲାବରୋଟୋରି ଟେକନିସିଆନ ପାଇଁ ଆଶାୟୀ ପ୍ରାଥୀ ଙ୍କ ସଂଖ୍ୟା 15 ହଜାର ଟପିଲାଣି ହେଲେ ବିରାଜ୍ୟ ସରକାର ଙ୍କ ଆଖି ଖୋଲୁନି l