ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା, ୨ ମୃତ

ଦିଲ୍ଲୀରେ ବଡ଼ ଅଘଟଣ । ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ଚାଓ୍ୱଡୀ ବଜାରରେ ଏକ ଅର୍ଧନିର୍ମିତ ତିନି ମହଲା ବିଲ୍ଡିଂ ଭୁଶୁଡି ପଡିଛି । ମେଟ୍ରୋ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । କୋଠାର ଏକ ବଡ ଅଂଶ ଭୁଶୁଡି ପଡିବାରୁ ଆତଙ୍କ ଖେଳିଯାଇଛି ।ଖବର ମୁତାବକ, ଗୁରୁବାର ସକାଳ ୯ଟା ୫୦ ମିନିଟରେ ଗଳି ସତ୍ତାରା, ଶୀଶ ମହଲ ଅଞ୍ଚଳରେ ମେଟ୍ରୋ ଷ୍ଟେସନ ସମ୍ମୁଖରେ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ମୋଟ ୬ଟି ଗାଡ଼ି ନିୟୋଜିତ ହୋଇଛି । ଭଙ୍ଗା କୋଠାର ମାଟି ଓ ଆବର୍ଜନା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଏହାସହ ଦୁଇ ଜଣ ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।