ପାକ୍ ସେନାର Mi-17 ହେଲିକପ୍ଟର କ୍ରାସ୍, ସମସ୍ତ ସୈନିକ ମୃତ
ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।ସେନା ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି, ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ରିକଭରୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ମୃତକଙ୍କ ସଂଖ୍ୟା ଏଯାଏଁ ଜଣାପଡିନାହିଁ ।POKର ନୀଲମ୍ ଉପତ୍ୟକାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଥିବା ସମସ୍ତ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ISPR ବିମାନରେ ଥିବା ସୈନିକଙ୍କ ସଠିକ୍ ସଂଖ୍ୟା ପ୍ରକାଶ କରିନାହିଁ । POKରେ ପ୍ରଦର୍ଶନକାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପାକିସ୍ତାନ ସେନା ହେଲିକପ୍ଟର ମୁତୟନ କରିଛି । ବିଶ୍ୱାସ କରାଯାଉଛି ଯେ ବିମାନରେ ପାଇଲଟ୍ ସମେତ ୨୦ ଜଣ ସୈନିକ ଥିଲେ। ଦୁଇ ଦିନ ପୂର୍ବରୁ ବାଲୁଚିସ୍ତାନରେ ମଧ୍ୟ ପାକିସ୍ତାନ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।