ପାନାବେଡା ମହାବିଦ୍ୟାଳୟ ରେ ବାଲ୍ୟବିବାହ ବନ୍ଦ କାର୍ଯ୍ୟକ୍ରମ
ଚନ୍ଦାହାଣ୍ଡି – ତା ୦୫/୧୧ ( ପୀତାମ୍ବର ସୋରୀ ) ପାନାବେଡା ସ୍ନାତକ ମହାବିଦ୍ୟାଳୟ, ଚନ୍ଦାହାଣ୍ଡି ଠାରେ ବାଲ୍ୟବିବାହ ଉପରେ ରୋକ ନେଇ ଏକ କାର୍ଯ୍ୟକ୍ରମ ଶକ୍ତିଶ୍ରୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ “ଷ୍ଟପ ଚାଇଲ୍ଡ ମ୍ୟାରେଜ ” କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଶିଶୁ ସୁରକ୍ଷା ଓ ଅଧିକାରୀ ଉମା ପଟ୍ଟନାୟକ ମଞ୍ଚାସୀନ ହୋଇଥିବା ବେଳେ ମୁଖ୍ୟଵକ୍ତା ରୂପେ ସସ୍ମିତା ପାତ୍ର ସମ୍ମାନିତ ଅତିଥିଭାବେ ସମାଜସେବୀ ତଥା ପାନାବେଡା ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଦସ୍ୟ ପୀତାମ୍ବର ସୋରୀ, ରାଜନୀତି ବିଜ୍ଞାନ ର ଅଧ୍ୟାପକ ଡଃ ଦିଲ୍ଲୀପ କୁମାର ଲେଙ୍କା, ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର, ଇତିହାସ ଅଧ୍ୟାପକ ମକର ନାୟକ, ଶକ୍ତିଶ୍ରୀ ର ଅଧ୍ୟକ୍ଷା ତଥା ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ଭଳି ଏକ ସାମାଜିକ ବ୍ୟାଧିକୁ ସମାଜରୁ କିଭଳି ମୁକ୍ତ କରାଯିବ ଓ ଆଜିର ଶିଶୁ କୁ ଶିକ୍ଷା, ସ୍ୱାସ୍ଥ୍ୟ, ଓ ସାମାଜିକ ସ୍ତରରେ କିଭଳି ଏକ ସୁସ୍ଥ ନାଗରିକ ରୂପେ ପ୍ରତିଷ୍ଠିତ କରି ତୋଳି ହେବ ଏବଂ ଏକ କୁପ୍ରଥାରେ ପ୍ରଚଳିତ ବାଲ୍ୟ ବିବାହ କୁ ସମାଜରୁ କିଭଳି ମୁକ୍ତ କରି ଏକ ଶିଶୁର ଭବିଷ୍ୟତ ନିର୍ମାଣ ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ଏନେଇ ଉପସ୍ଥିତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ l ବିଶେଶ କରି ଝିଅର ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷ କୁ ଆଇନ ଅନୁସାରେ ସମ୍ମତି ଜଣାଇ ବାଲ୍ୟ ବିବାହ କୁ ନା ବିଦ୍ୟାଳୟ କୁ ହଁ ନୀତିରେ ସମସ୍ତେ ସଚେତନ ହୋଇ ଆଗକୁ ଶିକ୍ଷା ପ୍ରତି ଆଗ୍ରହ ପ୍ରଜାଶ କରି ବାଲ୍ୟ ବିବାହ ରୁ ଦୂରେଇ ରହିବାକୁ ଅତିଥିମାନେ ପ୍ରକାଶ କରିଥିଲେ l ଏପରିକି ସରକାର ଙ୍କ ବାଲ୍ୟବିବାହ ଆଇନ ୨୦୦୬ ର ନିୟମାବଳୀ ଝିଅର ୧୮ ବର୍ଷ କୁ ପରିବର୍ତ୍ତିତ କରି ଝିଅର ବିବାହ ପାଇଁ ଉପଯୁକ୍ତ ବୟସ ଆଇନ ଅନୁଯାୟୀ ସମ୍ମତ ୨୧ ବର୍ଷକୁ ବୃଦ୍ଧିକରି ଉଭୟ ପୁଅ ଓ ଝିଅଙ୍କ ପାଇଁ ୨୧ ବର୍ଷ ସୀମିତ କରି ଉଭୟ ପୁଅ ଓ ଝିଅଙ୍କୁ ଶିକ୍ଷା ଲାଭ ପାଇଁ ଏକ ପଥ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆଇନ ଆଣିବା କଥା ବୋଲି ଉପସ୍ଥିତ ସମ୍ମାନିତ ଅତିଥି ପୀତାମ୍ବର ସୋରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସଭା ପ୍ରାରମ୍ଭ ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକା ନାଥ ବାଗ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ର ଆଲେଖ୍ୟ ପଠନ କରି ଛାତ୍ରଛାତ୍ରୀଙ୍କୁ ନିଜର ବାର୍ତ୍ତା ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟାପକ ଦିଲ୍ଲୀପ କୁମାର ଲେଙ୍କା, ମକର ନାୟକ, ଚତୁର୍ଭୁଜ ମେହେର, ଦୁର୍ମିଳା ବାଘ ପ୍ରମୁଖ ବାଲ୍ୟ ବିବାହ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ ଏବଂ ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ମାନ ବିତରଣ କରାଯାଇଥିଲା l ପରିଶେଷରେ ଇତିହାସ ଅଧ୍ୟାପକ ମକର ନାୟକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l