ଫ୍ରେଣ୍ଡସିପ କ୍ରିକେଟ ଟୁର୍ନାମେଣ୍ଟ ସିଜିନ ୩ଉଦଘାଟନୀ ମ୍ୟାଚରେ ରଙ୍ଗ ମାଟିଆ ଓ ଚକ୍ରଗଡ଼ ଟିମ୍ ବିଜୟୀ
ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ଉଦଘାଟିତ ହୋଇ ଯାଇଛି । ଗ୍ରାମର ଦଧିବାମନ ଜୀଉ ମନ୍ଦିର ମାଳିସାହି ଶିବ ମନ୍ଦିର ଏବଂ ବଡ଼ମୂଳର ମା ବଡ଼ ରାଉଳ ଠାକୁରାଣୀ ପୀଠରେ ପୂଜାର୍ଚ୍ଚନା ପରେ ତ୍ରଫିକୂ ବଡ଼ମୂଳ ଠାରୁ ପଟୁଆରରେ ପଡିଆ ମଧ୍ୟକୁ ନିଆଯାଇଥିଲା । ଉଦଘାଟକ ବ୍ରଜବନ୍ଧୁ ସାମଲ ଫିତା କାଟି ଟୁର୍ଣ୍ଣାେମେଣ୍ଟକୁ ଉଦଘାଟନ କରିବା ପରେ ମୂଖ୍ୟ ଅତିଥି ନୂତନ ପିଚ୍ ଓ ପଡ଼ିଆକୁ ଉଦଘାଟନ କରି ଖେଳ ଆରମ୍ଭ କରି ଥିଲେ। ପ୍ରଥମ ମ୍ୟାଚ୍ ରେ ଏମ ଏମ୍ ସି ସି ରଙ୍ଗମାଟିଆ ଦଶପଲ୍ଲା ବନାମ ଏମ ଡି ସି ସି ଡଙ୍କାରି ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରଙ୍ଗମାଟିଆ ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ୩ ୱିକେଟ ହରାଇ ୧୦ ଓଭରରେ ୧୮୮ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ଡଙ୍କାରୀସାହି ନିର୍ଦ୍ଧାରିତ ୧୦ଓଭରରେ ୮ୱିକେଟ ହରାଇ ୮୦ରନ୍ କରି ପରାସ୍ତ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅଧ୍ୟାପକ ଉଦ୍ଧବ ବାରିକ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୀରେନ ରଣା ଯୋଗ ଦେଇଥିଲେ।ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା, ଟୁର୍ଣାମେଣ୍ଟ ପରିଚାଳକ କମଳ ଲୋଚନ ଦଳେଇ, ଉପଦେଷ୍ଟା ପ୍ରତାପ କୁମାର ରାଉତ ଓ ସନ୍ତୋଷ ପ୍ରଧାନ ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚରେ ମାନସ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥିଲେ। ଡ଼ାନ୍ସିଂ ଅମ୍ପିୟାର୍ ଚିକୁ ଓ ସରୋଜ କୁମାର ରଣା ଆଜିର ପ୍ରଥମ ମ୍ୟାଚରେ ଖେଳ ପରିଚାଳନା କରିଥିଲେ। ସେହି ପରି ଦ୍ଵିତୀୟ ମ୍ୟାଚରେ ଏମ୍ ଡି ସି ସି ଚକ୍ରଗଡ଼ ବନାମ ଏମ୍ ବି ସି ସି ମର୍ଦାବାଡ଼ି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚକ୍ରଗଡ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ନିଷ୍ପତି ନେଇଥିଲା।୧୦ଓଭରରେ ୮ୱିକେଟ ହରାଇ ୧୨୪ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ମର୍ଦାବାଡ଼ି ଟିମ ୧୦ ଓଭର ରେ ୫ୱିକେଟ୍ ହରାଇ ୧୨୦ ରନ୍ କରିଥିଲା ୫ ରନ୍ ରେ ପରାଜୟ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଫରେଷ୍ଟର ଲୋକନାଥ ସେଠୀ ଯୋଗ ଦେଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ରାଜାଙ୍କୁ ବିବେଚିତ କରା ଯାଇଥିଲା । ୫୦୦ ରୁ ଉର୍ଦ୍ଧ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଏସ ବି ଆଇ ଆମ ବ୍ୟାଙ୍କ, ଏସ ବି ଆଇ ଲାଇଫ ଇନ୍ସୁରାନ୍ସ, ଆଡଭାନ୍ସ ଟ୍ୟୁଟୋରିଆଲ, ଏସ ଡିଜିଟାଲ, ଲକି ମୋବାଇଲ ତରଫରୁ ଏହି ଟୁର୍ଣାମେଣ୍ଟ ପାଇଁ ସହଯୋଗର ହାତ ବଢାଇଥିବାରୁ ଫ୍ରେଣ୍ଡସିପ କ୍ରିକେଟ୍ କ୍ଲବର ସମସ୍ତ ସଭ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଫଟୋ ପଠାଗଲା।