ନା ବାଳିକା ଝିଆରୀକି ଦୁଷ୍କର୍ମ ଘଟଣାରେ ଦାଦାକୁ କୋର୍ଟ ଚାଲାଣ

ଗଣିଆ -(ବିଶ୍ୱରଞ୍ଜନ ସେଠି )ଗଣିଆ ଥାନା ଅଞ୍ଚଳର ଜଣେ ନା ବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଗଣିଆ ପୋଲିସ ଶନିବାର ଦିନ ଦାଦାକୁ କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ପୀଡ଼ିତାଙ୍କ ବାପା ମା ଭୁବନେଶ୍ୱରରେ କାମ କରି ନିଜର ପରିବାରର ପ୍ରତିପୋଷଣ କରିଥିବା ବେଳେ ପୀଡିତା ତାଙ୍କ ନିଜ ବୃଦ୍ଧା ଜେଜେମା ଙ୍କ ପାଖରେ ଛାମୁଣ୍ଡିଆରେ ରହୁଥିଲେ। ଏହାର ସୁଯୋଗ ନେଇ ପୀଡ଼ିତାଙ୍କ ଦାଦା ଦୁରୁକ ନାୟକ (୫୦) ଆଜକୁ ତିନି ମାସ ଧରି ବିଭିନ୍ନ ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହାର ଖବର ପାଇଁ ପୀଡ଼ିତାଙ୍କ ମା ଭୁବନେଶ୍ୱରରୁ ଆସି ପୀଡ଼ିତାଙ୍କୁ ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଗଣିଆ ପୋଲିସ ୮୪/୨୬ରେ ଏକ ମାମଲା ରୁଜୁ କରିବା ସହିତ ଦୁରୁଜ ନାୟକଙ୍କୁ ଗିରଫ କରିଥିଲେ । ତେବେ ଦୁରୁଜ ନାୟକକୁ ଡାକ୍ତରୀ ମଇନା କରାଯିବା ପରେ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ କହିଛନ୍ତି ।