ଅସହାୟ ନିଶନ୍ତାନ ଗୁରୁତର, ଲିଭର ଓ କିଡନୀ ଜନିତ ରୋଗୀ ନରୋତ୍ତମ ନାଏକ ଙ୍କ ପାଇଁ ଆଗେଇ ଆସିଛି ଓଡ଼ିଶାର ଅଗ୍ରଣୀ ସାମାଜିକ ସଙ୍ଗଠନ ମାରୁତି ସେନା

ଢ଼େଙ୍କାନାଳ ଜିଲ୍ଲା ଶାଖା, ଢ଼େଙ୍କାନାଳ ଜିଲ୍ଲା ଅଁଳାବେରେଣୀ ଅଞ୍ଚଳ ର, ନରୋତ୍ତମ ନାଏକ ବୟସ ପାଖା ପାଖି ୫୦ ରୁ ଉର୍ଦ୍ଧ୍ବ, କିଛି ମାସ ହେଲା , ଲୀଭର, କିଡନୀ ଓ ସିକ୍ଲିନ ଭଳି ରୋଗରେ ଆକ୍ରାନ୍ତ ହୋଇ, ଏ ହସ୍ପିଟାଲ ରୁ ସେ ହସ୍ପିଟାଲ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି, କୌଣସି ସୁତ୍ରରୁ ଖବର ପାଇ ମାରୁତି ସେନା ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଅନ୍ୟ ସଦସ୍ୟ ମାନଂକ ସହାୟତାରେ ତାଙ୍କୁ ଚିକିତ୍ସାଳୟ ରେ ଭର୍ତ୍ତି କରି, ଜରୁରୀ କାଳୀନ ରକ୍ତ ଯୋଗେଇ ଦେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବନ୍ଦୋବସ୍ତ କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି,

ନରୋତ୍ତମ ଙ୍କ ପାଇଁ ଆହା ପଦେ କହିବାକୁ ନିଜର ବୋଲି କେହି ନାହାନ୍ତି, ତାଙ୍କ ପତ୍ନୀ ମଧ୍ୟ ଜଣେ ମଧୁମେହ ରୋଗୀ, ସ୍ଵାମୀଙ୍କ ପାଇଁ ଅହ ରହ ଆଖିରୁ ଲୁହ ଗଡାଉଛନ୍ତି, ତାଙ୍କର ଏପରି ଦୁର୍ଦ୍ଦିନ ପରିସ୍ଥିତି ରେ, ସାମାଜିକ ସଙ୍ଗଠନ ମାରୁତି ସେନା ଯଥା ସମ୍ଭବ ସାମର୍ଥ୍ୟ ମୁତାବକ ପ୍ରୟାସ ଜାରି ରଖିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଅନ୍ୟ ସ୍ରୋତରୁ ମଧ୍ୟ କିଛି ସହଯୋଗ କରିବା ପାଇଁ ନିବେଦନ କରିଛି ମାରୁତି ସେନା, ଅନ୍ୟ ସଦସ୍ୟ ମାନଂକ ମଧ୍ୟରେ, ସୁଧାଂଶୁ ପରିଡ଼ା, ଦୀପକ୍ ନାୟକ, ରାକେସ୍ ଦାସ୍,ଆଶୁତୋଷ ନାୟକ, ବିଦ୍ୟା ଭୂଷଣ ଜେନା, ସୋହନ୍ ଜିତ୍ ପାତ୍ର,ଦିବାକର ସାହୁ, ଓ ଶକ୍ତି ରାଉତ୍ ପ୍ରମୁଖ , ସେ ଅସହାୟ ଙ୍କ ଉପରେ ବିଶେଷ ଧ୍ୟାନ ରଖିଛନ୍ତି,