ଗଣିଆରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ

ଗଣିଆ,-(ବିଶ୍ୱରଂଜନ ସେଠି .) ଜଗତର ନାଥ ଜଗନ୍ନାଥ ରଥାରୁଢ ହୋଇ ସମଗ୍ର ପୃଥିବୀର ଭକ୍ତମାନଙ୍କୁ ଦର୍ଶନ ଦେଇ ମାଉସୀ ମା ଗୁଣ୍ଡିଚାଙ୍କ ଘରକୁ ଯାଇ ୯ଦିନ ରହି ପୋଡ଼ ପିଠା ଖାଇ ଆଜିି ସଂନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ନିକଟରେ ପଂହଚିଥିବା ବେଳେ ଆଜି ତାଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଗଣିଆ ଜଗନ୍ନାଥ ମନ୍ଦିର ନିକଟରେ ପ୍ରଭୁ ଜଗନ୍ନାଥଙ୍କର ଆଜି ସଂନ୍ଧ୍ୟାରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉଙ୍କର ଏହି ବେଶ ଦେଖିବା ପାଇଁ ଗଣିଆ ତଥା ଆଖପାଖ ଅଂଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା । ଆସନ୍ତା କାଲି ଜଗନ୍ନାଥଙ୍କ ମନ୍ଦିର ପ୍ରବେଶ ଅବସରରେ ଲକ୍ଷ୍ମୀ ନାରାୟଣଙ୍କ କଳି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୁଚନା ମିଳିଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ତରଫରୁ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ସେହିଭଳି ବେଲପଡ଼ାର ଦଧିବାମନ ଜୀଉଙ୍କ ସୁନାବେଶ ହୋଇଥିବାବେଳେ ସନ୍ଧ୍ୟାରେ ଭଜନ ସମାରୋହ କରାଯାଇଥିବାବେଳେ ରାସଙ୍ଗରେ ଜଗନ୍ନାଥ, ହରିପୁରରେ ପତୀତପାବନ ଜୀଉ, ବେଠିଆସାହିରେ ଏକକ ଜଗନ୍ନାଥ, ଜଗନ୍ନାଥ ପ୍ରସାଦରେ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା ।