ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ CJP
ଦିଲ୍ଲୀରେ ଜନ୍ତରମନ୍ତରରେ ଚାଲିଥିବା CJP ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ସରକାର ଆମ ଦାବି ମାନିଛନ୍ତି, ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରିଯାଆନ୍ତୁ । ଆମର ତିନୋଟି ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ପୂରଣ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ । ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହେବା ପରେ ସହମତି ମିଳିଛି ।ସୌରଭ ଦାସ କହିଛନ୍ତି ଯେ, ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ଏବଂ ଏଫଆଇଆରର କପି ବାଣ୍ଟି ଦିଆଯିବ । ସରକାର ଆମର ଦ୍ୱିତୀୟ ଦାବି ମଧ୍ୟ ଗ୍ରହଣ କରିଛନ୍ତି । ଆମେ ମାମଲା ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ପାଇଛୁ । ଆନ୍ଦୋଳନକାରୀ ଛାତ୍ରମାନଙ୍କ ବିରୁଦ୍ଧରେ ଭବିଷ୍ୟତରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତେବେ ଦିଲ୍ଲୀରେ କକରୋଜ୍ ଜନତା ପାର୍ଟିର ପ୍ରଦର୍ଶନ ସମୟରେ ସତର୍କତାମୂଳକ ଭାବେ ବନ୍ଦ କରାଯାଇଥିବା ରାଜୀବ ଚୋକ , ମଂଡି ହାଉସ ,କେନ୍ଦ୍ରୀୟ ସଚିବାଳୟକୁ ପୂର୍ଣ୍ଣବାର ଖୋଲିଦିଆ ଯାଇଛି । ସ୍ଥିତି ସାମାନ୍ୟ ହେବାପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ (ଡିଏମଆରସି) ସବୁ ଭିତରକୁ ଯିବା ଏବଂ ଆସିବା ଗେଟକୁ ଖୋଲି ଦିଆଯାଇଛି ।