ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଦିଆଗଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି।ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚଥର ସାଂସଦ ନିର୍ବାଚିତ ଯୋଶୀ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଥିଲେ। ଯୋଶୀଙ୍କ ଜନ୍ମ ୧୯୬୨ ମସିହାରେ କର୍ଣ୍ଣାଟକର ଏକ ବ୍ରାହ୍ମଣ ପରିବାରେ ହୋଇଥିଲା। ସେ ୨୦୦୪ ମସିହାରେ ଚତୁର୍ଦ୍ଦଶ ଲୋକସଭା ପାଇଁ ନିର୍ବାଚିତ ହେବା ପରେ ଜାତୀୟ ରାଜନୀତିରେ ପାଦ ରଖିଥିଲେ।