ଶିଶୁରୋଗ ବିଶେଷଜ୍ଞ ଙ୍କ ପରଲୋକ

ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଉ ପ୍ରଧାନଙ୍କ ପରଲୋକ କଳାହାଣ୍ଡି ଜିଲ୍ଲାର ଜଣେ ବିଶିଷ୍ଟ, ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ତଥା ସମାଜସେବୀ ଡାକ୍ତର ପଲାଉ ପ୍ରଧାନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା। ଯଦି ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର କଳାହାଣ୍ଡି ଜିଲ୍ଲା ସମେତ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ସେ ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ କୋଇମ୍ବାତୁର ରେ ଚିକିତ୍ସିତ ହେଉଥିଲେ ଓ ହୃଦ ଘାତ ରେ ମୃତ୍ୟୁ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ।ସେ କଳାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି ଶିଶୁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅଞ୍ଚଳର ହଜାର ହଜାର ଶିଶୁଙ୍କୁ ନୂତନ ଜୀବନଦାନ ଦେବାରେ ତାଙ୍କର ଚିକିତ୍ସା ଅତୁଳନୀୟ ଥିଲା। କେବଳ ଜଣେ ଦକ୍ଷ ଡାକ୍ତର ଭାବେ ନୁହେଁ, ବରଂ ଗରିବ ଓ ଅସହାୟ ପରିବାରର ଶିଶୁମାନଙ୍କୁ ସ୍ଵଳ୍ପ ମୂଲ୍ୟରେ ଏବଂ ଅନେକ ସମୟରେ ମାଗଣାରେ ଚିକିତ୍ସା ସେବା ଯୋଗାଇ ସେ ଜିଲ୍ଲାରେ ‘ଗରିବଙ୍କ ବନ୍ଧୁ’ ପାଲଟିଥିଲେ। ତାଙ୍କର ମେଳାପୀ ଓ ଅମାୟିକ ବ୍ୟବହାର ପାଇଁ ସେ ରୋଗୀଙ୍କ ପରିବାର ମଧ୍ୟରେ ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିଥିଲେ, ତାଙ୍କର ଅମର ଆତ୍ମା ର ସଦଗତି ହେଉ ଏହା ହିଁ ପ୍ରାର୍ଥନା କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ Hr ଟିଭି ଓଡ଼ିଆ l