ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ

ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ। ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ ଟାରେ ସିବିଆଇର ତିନି ଜଣିଆ ଦଳ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ଆରପିଏଫ୍ ଇନ୍ସପେକ୍ଟରଙ୍କ ସରକାରୀ ବାସଭବନ ଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକାସାଙ୍ଗେ ଚଢାଉ କରିଥିଲା । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହାସହିତ ଇନ୍ସପେକ୍ଟର ଶ୍ରୀ ସମାଦାରଙ୍କ ପରିଚିତ ତଥା ଜଣେ ସପ୍ଲାୟରଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢାଉ କରିଛି | ରାଉରକେଲା ରେଲୱେ ଷ୍ଟେସନ ପରିସରରେ ଅବୈଧ ବିକ୍ରୟ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ରଫାଦଫା କରିବା ପାଇଁ ଟଙ୍କା ନେଣଦେଣ କରୁଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଉଥିବା ସୂଚନା ମିଳିଛି ।