ବର୍ଷା ଯୋଗୁ ଦବିଲା ରାସ୍ତା । ୫ ଫୁଟ ଦବିଗଲା ନୂଆବଜାର-ପ୍ରେସଛକ ରାସ୍ତା
ପୁଣି ଭୁଶୁଡ଼ିଲା ମଧୁପାଟଣା ଥାନା ନୂଆପଡା -ପ୍ରେସଛକ ମୁଖ୍ୟରାସ୍ତା। ଗତବର୍ଷ ୱାଟକୋ କରିଥିବା ସମ୍ପୂର୍ଣ୍ଣ ରାସ୍ତା ଭୁଶୁଡି ପଡ଼ିଥିଲା ଓ ଦୀର୍ଘଦିନ ପରେ ମରାମତି କରାଯାଇଥିଲା। ପୁନର୍ବାର ପ୍ରାୟ ୬ ମାସ ହେବ ରାସ୍ତାକୁ ଖୋଳାଯାଇ ୱାଟକୋ କାର୍ଯ୍ୟ କରୁଥିଲା ଓ ୧୫ ଦିନ ହେବ ଏହାକୁ ପୁନର୍ବାର ଢଳାଇ କରାଯଇଥିଲା, ଗତକାଲି ବିଳମ୍ବିତ ରାତିରେ ଉକ୍ତ ରାସ୍ତା ପୁଣି ଭୁଶୁଡିଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପୁଣିଥରେ ଗୁଣାତ୍ମକ ମାନରେ ରାସ୍ତା ନିର୍ମାଣ କରିବାକୁ ସେ ଦାବି କରିଛନ୍ତି । ସୌଭାଗ୍ୟବଶତଃ ରାସ୍ତା ଦବିବା ସମୟରେ ସେହି ସ୍ଥାନ ଦେଇ କୌଣସି ଗାଡ଼ି କିମ୍ବା ଲୋକ ଯାତାୟାତ କରୁନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ତେବେ ଘଟଣା ପରେ ସ୍ଥାନୀୟ ପ୍ରଶାସନ ରାସ୍ତାକୁ ବନ୍ଦ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।