ବିକାଶର ଧାରା, ଓଡ଼ିଶାର ଗୌରବର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୟପାଟଣାରେ ଭବ୍ୟ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

** ଜୟପାଟଣା, ୧୬ ଜୁନ:ବିକାଶର ଧାରା ଓ ଓଡ଼ିଶାର ଗୌରବର ଦୁଇ ବର୍ଷ ପୂର୍ତ୍ତିର ଅବସରରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଫିସଠାରେ ଅନୁସୂଚିତ ଜାତି ଓ ଜନଜାତି ସମାଜକୁ ନେଇ ଏକ ଭବ୍ୟ ସମ୍ବାଦ ବୈଠକ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବହୁ ସଂଖ୍ୟକ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ।ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌.ଡି.ସି. ଚେୟାରମ୍ୟାନ ଶ୍ରୀ ବିଜୟ ଦିଶାରୀ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଜୟପାଟଣା ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଏବଂ ଏସ୍‌.ସି. ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ନାୟକ ଉପସ୍ଥିତ ରହି ସମାଜର ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ।ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ମାଝୀ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ଗୌରବ, ସମ୍ମାନ, ଅଧିକାର ସୁରକ୍ଷା ଓ ବିକାଶର ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଜେପି ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ ପାତ୍ର, ବରିଷ୍ଠ ନେତା ଶ୍ରୀ ବିଭୁତି ପାଣିଗ୍ରାହୀ, ଶ୍ରୀ ଶିବରାମ ବାଗ, ଜିଲ୍ଲା ଏସ୍‌.ସି. ମୋର୍ଚ୍ଚା ଉପସଭାପତି ଶ୍ରୀ ନିରଞ୍ଜନ ଛତ୍ରିଆ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଅଙ୍ଗଦ ମାଝୀ, ବିଜେପି ବରିଷ୍ଠ ନେତା ଶ୍ରୀ ଶେଷଦେବ ବେହେରାଙ୍କ ସମେତ ଅନେକ ଅନୁସୂଚିତ ଜାତି ଓ ଜନଜାତି ନେତୃବୃନ୍ଦ ଉପସ୍ଥିତ ଥିଲେ।ଏହା ସହିତ ଥୁଆମୂଳ ରାମପୁର ମଣ୍ଡଳ ଯୁବ ସଭାପତି ଶ୍ରୀଯୁକ୍ତ ଅଭିରାମ ନାୟକ ମଧ୍ୟ ଉପସ୍ଥିତ ରହି ସଂଗଠନର ସୁଦୃଢ଼ତା, ସମାଜର ଉନ୍ନତି ଓ ସରକାରୀ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।ସଭାରେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ବାଦ କରାଯାଇ ବିଭିନ୍ନ ସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଓ ସମାଜର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।ଶେଷରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସମ୍ମାନ, ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେଇଥିଲେ।କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।