ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼
ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଧମକ ଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟକୁ ଆଶଙ୍କା ସୃଷ୍ଟି କରିଛି। ଆମେରିକା ଗୁରୁବାର ପ୍ରତ୍ୟୁଷରେ ଇରାନ ଉପରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆମେରିକାର ୯୦ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହାର ଜବାବରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କତାରକୁ ଟାର୍ଗେଟ କରାଯାଇ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ଏଭଳି ସ୍ଥିତି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅନ୍ତ ପାଇଁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ସଙ୍କଟରେ ପକାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ସମ୍ପ୍ରତି ଇରାନୀ ଆକ୍ରମଣ ଅସ୍ତ୍ରବିରତିର ଶେଷ ହେବାର ସଙ୍କେତ ଦେଉଛି ।