ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ
ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ| ମାମଲାର ରଫାଦଫା କରିବାକୁ ଥାନା ଅଧିକାରିଣୀ ସୁକ୍ମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନାରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି। ଦଶମନ୍ତପୁର ଥାନା ଭିତରେ ଆଇଆଇସିଙ୍କୁ ଜୟପୁର ଭିଜିଲାନ୍ସ ଟିମ୍ ଅଧିକ ପଚରାଉଚରା କରୁଛି। ବର୍ତ୍ତମାନ ଦଶମନ୍ତପୁର ଥାନା ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାଯାଇଛି।