ମହାନଦୀ ଜଳ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି
ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ମହାନଦୀରେ କେତେ ଜଳ ସଂଗୃହୀତ ହେଉଛି ଜଣାଇବାକୁ କହିଥିଲେ । ତଥ୍ୟ ଦେବାକୁ କମ ସମୟ ଥିବାରୁ ଉଭୟ ରାଜ୍ୟ ସମୟ ମାଗିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ପାଖାପାଖି ସହମତି ହୋଇ ସାରିଛି । ମେ ୨ ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।ଏହା ପୂର୍ବରୁ ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଅବବାହିକା ଗସ୍ତ କରି ସ୍ଥିତି ପରଖିଛନ୍ତି ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ବାଧୀନ ୧୦ଜଣିଆ ଟିମ । ଏପ୍ରିଲ ୧୩ତାରିଖରେ ଶେଷ ହେଉଥିବା ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ। ଏହା ପରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସେପଟେ ଦୀର୍ଘ ୮ ବର୍ଷ ଶୁଣାଣି ଚାଲିଥିଲେ ମଧ୍ୟ ବାହାରି ପାରିନାହିଁ ନିଷ୍କର୍ସ।