ମା କଳାପାଟଙ୍କ ବାର୍ଷିକ ପୂଜା ଉତ୍ସବ
ଗଣିଆ,- (ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକର ପୁରାଣ ପ୍ରସଦ୍ଧ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ଶକ୍ତି ପୀଠ ମା କଳାପାଟଠାକୁରାଣୀଙ୍କ ବାର୍ଷିକ ପୂଜାଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାଉତ୍ସବରେ ମାନସିକଧାରୀଙ୍କ ସହ ଅଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇôତଲା । ମାଙ୍କ କୃପାଲାଭ ପୂର୍ବକ ମାନସିକ ପୁରଣ ପରେ ଶ୍ରଦ୍ଧାଳୁ ମାନେ ମାଙ୍କ ପୀଠରେ ଜନ୍ତାଳ ଭୋଗ ବସାଇଥିଲେ । ସକାଳୁ ମା’ଙ୍କ ପାଖରେ ମାଜଣା ସରିବା ପରେ ମଧ୍ୟାହ୍ନରେ ମାଙ୍କ ମୁଖ୍ୟ ପୂଜାର ନୀତି ନିୟମ ଅନୁଯାୟୀ କ୍ଷୀର, ପିଠା ଓ ଫଳଭୋଗ ଲାଗି କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ଅପରାହ୍ଣରେ ଜନ୍ତାଳ ଭୋଗ କରାଯାଇଥିଲା ।

ଠାକୁରାଣୀଙ୍କ ନିକଟରେ ଭୋଗ କରାଯାଇôତବା ଜନ୍ତାଳ ଭୋଗକୁ କୌଣସି ଗ୍ରାମ ମଧ୍ୟକୁ ନିଆ ନଯାଇ ଗ୍ରାମ ବାହାରେ ବଂଟାଯଯାଇôତଲା । ଜନ୍ତାଳକ୍ଷୀରି ଭୋଗକୁ ଗାଁକୁ ନେଲେ ଗ୍ରାମର ଅନିଷ୍ଟ ଘଟିବ ବୋଲି ବିଶ୍ୱାସ ରହିଥିବାର ବୟସ୍କବ୍ୟକ୍ତି ମାନେ ପ୍ରକାଶ କରନ୍ତି । ତେବେ ଏହି ପୀଠ ଗଣିଆ ଅଂଚଳର ଏକ ପ୍ରସିଦ୍ଧ ଶକ୍ତିପୀଠ ହୋଇଥିବାରୁ ମାଙ୍କ ବାର୍ଷିକ ପୂଜାତ୍ସୋବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇଥାଏ । ପ୍ରକାଶ ଥାଉକି ଚଳିତ ବର୍ଷ ଏହି ପୂଜାକାର୍ଯ୍ୟ ଛାମୁଣ୍ଡିଆ ପଂଚାୟତର ଗୋପୀନାଥପୁର, ବେଂଟପଡ଼ା ଓ ବେଂଟପଡ଼ାମାଳିସାହି ଗ୍ରାମବାସୀଙ୍କ ଦ୍ୱାରା ସୁଚାରୁ ରୂପେ ସଂପାଦନ କରାଯାଇଥିବାବେଳେ ଆସନ୍ତା ବର୍ଷ ଇଶ୍ୱରପୁର ଓ ମସ୍କାଝୋଲା ଗ୍ରାମବାସୀଙ୍କ ଦ୍ୱାରା ସଂପାଦନ ହେବ ବୋଲି ପୂଜା କମିଟି ତରଫରୁ ସୁଚନା ମଳିଛି ।