ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଗଠନ

ବ୍ରହ୍ମପୁର ମେଡିକାଲ୍ ପିଜି ପରୀକ୍ଷା ପେପର ଲିକ୍  ଘଟଣା। ଏମକେସିଜିରେ ତଦନ୍ତ ପାଇଁ ପହଞ୍ଚିଲେ ୩ ଜଣିଆ ତଦନ୍ତକାରୀ ଟିମ୍। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୩ ଜଣିଆ ତଦନ୍ତକାରୀ ଟିମ୍  ଗଠନ ହୋଇଛି । ଏହି ଟିମ୍‌ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍‌ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି । ପିଜି ପରୀକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି ।ଏହି ଉଚ୍ଚସ୍ତରୀୟ ଟିମ୍ ଏମ୍‌କେସିଜିରେ ପହଞ୍ଚି ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜର ଅନୁଧ୍ୟାନ କରିବା ସହ କଲେଜର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ ପକ୍ଷରୁ ପରିଚାଳିତ ପିଜି ପରୀକ୍ଷା ପ୍ରଶ୍ନପତ୍ର ହ୍ବାଟ୍ସ ଆପ୍ ଯୋଗେ ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା।