ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ: ଭିଡିଓ ଭାଇରାଲ

ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ କରି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ କରାଯାଇଛି ।କୁର୍ତ୍ତିକା_କ୍ରେପ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି । ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବୁ । ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୋବାଇଲ ବାରଣ ରହିଥିବା ବେଳେ ଭକ୍ତମାନେ ବାରମ୍ବାର ଏଭଳି ଭିଡିଓ ଉଠାଯାଉଛି। ଏଭଳି ବ୍ୟକ୍ତିଙ୍କ ବିରୋଧ ଶ୍ରୀମନ୍ଦିର ପ୍ରଶାସନ କଣ ଆକ୍ସନ ନେଉଛି। କିନ୍ତୁ ଶ୍ରୀମନ୍ଦିର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ମୋବାଇଲ ନେଉଛନ୍ତି ତାକୁ କିପରି ରୋକାଯାଇ ପାରିବ ତା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନିଷେଧ ରହିଛି । କୌଣସି ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ନେଇ ଧରାପଡିଲେ ମୋବାଇଲ ଜବତ କରାଯାଇ ଆଇନଗତ କାର୍ଯ୍ୟନୁଷ୍ଠାନର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ଚାରି ଦ୍ୱାରରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡା ଯାଉଛି । ହେଲେ ଅନେକ ସମୟରେ ଦେଖା ଦେଉଛି ସୋସିଆଲ ମିଡିଆରେ କିଛି ଲୋକ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରୁଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ଭିତରକୁ ମୋବାଇଲ କିଭଳି ଗଲା‌ ଏବଂ ଭିଡିଓ କିଭଳି ଉତ୍ତୋଳନ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଭିତରେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଏହି ଭିଡିଓ ଉତ୍ତୋଳନ ବେଳେ ପୋଲିସ ନଜରକୁ କିଭଳି ଆସିପାରିଲାନି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।