ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ରାସ୍ତାରେ ଅଟକି ଛାତ୍ରୀମାନଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜିଥିଲା ସ୍ମରଣୀୟ ଦିନ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିଥିଲେ । ନୂଆଦିଲ୍ଲୀରୁ ଆସିଥିବା ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ଚଢି ରେଶମ ସହରରେ ପହଞ୍ଚିଥିଲେ ମହାମହିମ ।ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ରାସ୍ତାରେ ଅଟକି ରାଷ୍ଟ୍ରପତି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ନିଜେ ଚକୋଲେଟ ବାଣ୍ଟିଛନ୍ତି।ତପ୍ତପାଣିରେ ମହାମହିମ ପହଞ୍ଚିବା ପରେ ସେଠାରେ ଆଦିବାସୀ ଲୋକନୃତ୍ୟ ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ଯପାଳ ସ୍ବାଗତ ଜଣାଇଥିଲେ ।