ଏଣିକି ଥାନାରେ ଇଭି ଗାଡ଼ି ଚାର୍ଜିଂ କରିପାରିବେନି ପୁଲିସ ବାବୁ
ଏଣିକି ଥାନାରେ ପୁଲିସ ବାବୁ ଇଭି ଗାଡି ଚାର୍ଜିଂ କରିପାରିବେ ନାହିଁ। ଥାନାରେ ବିଦ୍ୟୁତ ବ୍ୟବହାର ଉପରେ ଲାଗିଲା କଟକଣା। ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନକୁ ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା ପାଇଁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।ଚିଠିରେ କୁହାଯାଇଛି ଯେ, କେତେକ ପୋଲିସ ପ୍ରତିଷ୍ଠାନରେ ମୁଖ୍ୟ ଅଫିସ୍ ବିଦ୍ୟୁତ ଲାଇନରୁ କ୍ୱାର୍ଟର ଓ ବ୍ୟାରାକକୁ ସଂଯୋଗ ଦିଆଯାଉଥିବା ନଜରକୁ ଆସିଛି। ଏହା ପ୍ରଚଳିତ ନିୟମର ଉଲ୍ଲଂଘନ ବୋଲି ଦର୍ଶାଯାଇଛି।