ସ୍କୁଲରେ ପ୍ରଥମେ ‘ବନ୍ଦେ ମାତରମ’ ଗାନ
ଏବେ ସ୍କୁଲରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଆଗରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶା । ଏହି ନିର୍ଦ୍ଦେଶାବଳୀକୁ ରାଜ୍ୟର ସମସ୍ତ ସ୍କୁଲ କର୍ତ୍ତୃପକ୍ଷ ମାନିବା ବାଧ୍ୟତାମୂଳକ । ଏହାକୁ କଡ଼ାକଡି଼ ପାଳନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରା ଯାଇଛି । ସମସ୍ତ ଜିଲ୍ଲାପାଳ ଓ ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଗୃହ ବିଭାଗ ପକ୍ଷରୁ ଚିଠି କରା ଯାଇଛି ।ପ୍ରତ୍ୟେକ ସ୍କୁଲରେ ସକାଳର ପ୍ରାର୍ଥନା ସଭାରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାଇବାକୁ ପ୍ରୋତ୍ସାହିତ କରାଯିବ । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ପତାକା, ସଂଗୀତ ଓ ରାଷ୍ଟ୍ରୀୟ ଗୀତ ପ୍ରତି ସମ୍ମାନବୋଧ ବୃଦ୍ଧି ହେବ ।