ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ

ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି।ରଘୁନାଥପାଲି ପୋଲିସ ଏହି ଅଞ୍ଚଳରୁ ଦେହ ବ୍ୟବସାୟ ରାକେଟ୍‌କୁ ଠାବ କରିଛି । ପୋଲିସ ଚଢ଼ାଉ କରି ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ।ଜଣେ ମହିଳା ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ସିଭିଲ ଟାଉନସିପ୍‌ ଅଞ୍ଚଳରେ ଘର ଭଡ଼ା ନେଇ ଏହି କାରବାର ଚଳାଇଥିଲେ । ଖବର ପାଇ ରବିବାର ରାତି ପ୍ରାୟ ୯ଟା ବେଳେ ରଘୁନାଥପାଲି ପୋଲିସ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।ଏହି ସେକ୍ସ ରାକେଟ୍‌ର ଚେର କେଉଁଆଡ଼େ ଲମ୍ବିଛି ଏବଂ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତନାଘନା ଚଳାଇଛି । ଅଟକ ଥିବା ସମସ୍ତ ସନ୍ଦିଗ୍ଧଙ୍କୁ କଡ଼ା ପଚରାଉଚରା କରାଯାଉଛି ।