ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ସାମୟିକ ଆଶ୍ୱସ୍ତି

ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ଏକ ବଡ଼ ଆଇନଗତ ବିକାଶ । ମାମଲାରେ ଅଭିଯୁକ୍ତ ଥିବା ୪ ଜଣଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ, ସେହି ଆବେଦନର ଶୁଣାଣି କରି ହାଇକୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି । ଦିଲ୍ଲୀପ କୁମାର ସାହୁ ଓ କିଶୋର କୁମାର କରଙ୍କୁ ସୁରକ୍ଷା । ଅନୁପମ ଘୋଷ ଓ ଆଶିଷ କୁମାର ଘୋଷଙ୍କୁ ମଧ୍ୟ ମିଳିଛି ଏହି ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଅନ୍ତରୀଣ ସୁରକ୍ଷା । ଅପ ଟୁ ଡେଟ୍ କେସ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ସୂଚନାଯୋଗ୍ୟ ଯେ, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଦାୟିତ୍ୱ ନିର୍ଦ୍ଧାରଣ ଓ ଆଇନଗତ ପଦକ୍ଷେପ ପାଇଁ ମାମଲା ରୁଜୁ ହୋଇଥିଲା । ଏହାପରେ ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ । ସେହି ଶୁଣାଣିରେ ହାଇକୋର୍ଟ କ’ଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।