ବଦଳିଲା ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଗାଇଡଲାଇନ୍

ଓଡ଼ିଶାର ଦିବ୍ୟାଙ୍ଗ ଏବଂ ସେମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ବ୍ୟାପକ ସଂଶୋଧନ କରାଯାଇଛି। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ମିଳୁଥିଲା ଯୋଜନାର ଫାଇଦା। ଏହି ଆୟବର୍ଗ ଭିତରେ ଥିବା ପରିବାରକୁ ଉପକରଣର ମୋଟ ମୂଲ୍ୟର ମାତ୍ର୨୫ ପ୍ରତିଶତଅର୍ଥ ଦେବାକୁ ପଡ଼ିବ। ୧୦ ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର୫୦ ପ୍ରତିଶତଦେବାକୁ ହେବ।ସେହିପରି ଶିକ୍ଷା ବୃତ୍ତିରେ ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମଙ୍କ ପିଲାଙ୍କ ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ସୀମା ୨ ଲକ୍ଷ ୪୦ ହଜାରରୁ କମ୍ ରହିଥିଲା। ଏବେ ସେହି ଆୟସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।