ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ଛାତ୍ର ଅସନ୍ତୋଷ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ଛାତ୍ର ଅସନ୍ତୋଷ। ଡେପୁଟି ୱାଡେନଙ୍କ ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ କରିବା ସହ ଆମରଣ ଅନଶନରେ ବସିଛନ୍ତି ହଷ୍ଟେଲ ଅନ୍ତେବାସୀ। ଆଲୋଚନା ସତ୍ତ୍ୱେ ସମାଧାନର ବାଟ ଫିଟିନଥିବାରୁ ଉତ୍ତେଜନା ଜାରି ରହିଛି। ଅଭିଯୋଗ ମୁତାବକ, ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ ରବି ଉଲ ଆନସାରୀ ଜଣେ ଅନ୍ତେବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଛନ୍ତି । ଛାତ୍ର ଜଣଙ୍କର ରୁମ୍‌ରେ ତାଲା ପକାଇବା ସହ ତାଙ୍କୁ ହଷ୍ଟେଲ ବାହାରକୁ ଚାଲିଯିବାକୁ କହିଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ବିରୁଦ୍ଧରେ ସାକ୍ଷୀ ଦେବାଲାଗି ଅନ୍ୟ ଅନ୍ତେବାସୀ ମାନଙ୍କୁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ।ଅନ୍ୟପଟେ ଚିଫ୍ ୱାଡେନ ସୁଦର୍ଶନ ମିଶ୍ର ହଷ୍ଟେଲ ରୁମରେ ତାଲା ପକାଯାଇଥିବା କଥା ସ୍ୱୀକାର କରିଛନ୍ତି। ତେବେ ପୁରା ଘଟଣାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।