ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର

ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ଭିଜିଲାନ୍ସ ସୂଚନା ଅନୁଯାୟୀ, ଟ୍ରକ ଚାଲାଣ ଛାଡ କରାଇ ଦେବାକୁ କହି ଲାଞ୍ଚ ମାଗୁଥିଲେ । ଜୁନ୍ ଓ ଜୁଲାଇ ୨୦୨୬ର ମାସିକ କୋଟା ବାବଦରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ୩ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଚଢ଼ାଉ ଜାରି ରହିଛି।