୮୦ତମ ସ୍ୱାଧିନତା ଦିବସ ପ୍ରସ୍ତୁତି ବୈଠକ
ଗଣିଆ,-(ବିଶ୍ୱରଂଜନ ସେଠି .) ୮୦ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ମଙ୍ଗଳବାର ଗଣିଆ ପଂଚାୟତ ସମିତି ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷା ଝୁନା ଜେନା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ଗୋଛି, ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ା, ସମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ପଂଚାୟତ ଗିରିଧାରୀ ସେଠୀଙ୍କ ସମେତ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ରଘୁନାଥ ଜୀଉ ମହାବିଦ୍ୟାଳୟର ଖେଳ ଶିକ୍ଷକ, କିଶୋର ଚନ୍ଦ୍ର ବିଦ୍ୟାପୀଠର ଖେଳଶିକ୍ଷକ ଓ, ସମେତ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିିଭନ୍ନ ପ୍ରକାର ପ୍ରତିଯୋଗତା କରାଯାଇ ୧ମ, ୨ୟ ଓ ୩ୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କତ କରାଯିବା ସହିତ ୧୦ମ ଓ +୨ ଓ +୩ରେ ଗଣିଆ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ୟାରେଡ଼ ପରିଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅଗଷ୍ଟ ୧୫ ତାରିଖ ଭୋର ୪ଟାରୁ ପ୍ରଭାତଫେରୀ ଗଣିଆ ଠାରୁ ଆରମ୍ଭ ହୋଇ ବେଲପଡ଼ା , ବିଜୟନଗର, ପତଣ୍ଡା, ଏବଂ କରଡ଼ାପଡ଼ା ଗ୍ରାମ ରାମଧୁନରେ ଭ୍ରମଣ କରିବ । ସକାଳ ୭ଘ. ୧୫ମି ରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାଅନୁଷ୍ଠାନରେ ପତାକା ଉତୋଳନ କରାଯିବ । ସକାଳ ୭ଘ.୩୦ମିରେ ଗାନ୍ଧୀ ମଇଦାନରେ ମହାବୀର ସଂସ୍କୃତିକ ପରିଷଦ ତରଫରୁ ପତାକା ଉତୋଳନ କରାଯିବ । ସକାଳ ୮ଘ. ୧୫ମି.ସମୟରେ କିଶୋର ଚନ୍ଦ୍ର ବିଦ୍ୟାପୀଠରେ ପରିସରରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ପତାକା ଉତୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥ୍ôଲା ।