କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ ମେଡିକାଲକୁ ଆଣିଲା CAW । ସୁଜିତ୍ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ହ୍ବାଟସଅପ୍ କଲ୍ ରେ ଅଶ୍ଳିଳ ଇଙ୍ଗିତ କରିବା ସହ ବଳାତ୍କାର କରିଥିବା ନେଇ ମହିଳାଜଣଙ୍କ ନୟାଗଡ ଏସ୍ ପିଙ୍କୁ ଅଭିଯୋଗ କରିବା ପରେ ଶରଣକୂଳ ଥାନାରେ ଅଭିଯୋଗ ହୋଇଥିଲା ।

ପରେ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସୁଜିତଙ୍କୁ ନିଳମ୍ବନ କରାଯିବା ସହ CAW ଏହାର ତଦନ୍ତ ଦାୟିତ୍ବ ନେଇଥିଲା । ନିଳମ୍ବନ ପରଠାରୁ ସୁଜିତ୍ ଫେରାର୍ ଥିଲେ ଏବଂ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ୍ CAW ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟପକ୍ଷେ ହାଇକୋର୍ଟ IICଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି। ସୁଜିତଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।