ରେଭେନ୍ସା କଲିଜିଏଟ ସ୍କୁଲରେ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଜୟନ୍ତୀ ସମାରୋହ !

ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଅଧ୍ୟାପକ ଡକ୍ଟର ଅନୁପ ମାର୍ଥା, ସମ୍ମାନିତ ଅତୀତଭାବେ ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ,ସମ୍ମାନିତ ବକ୍ତାଭାବେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଯୋଗଦେଇଥିଲେ l
ଏହି ସାରସ୍ୱତ ଉତ୍ସବରେ ଶିକ୍ଷୟିତ୍ରୀ ଡକ୍ଟର ପୁଷ୍ପାଞ୍ଜଳି ବେହେରା ସ୍ୱାଗତ ଭାଷଣ ଏବଂ ଯୁବ ପ୍ରବକ୍ତା ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ l
ସାହିତ୍ୟିକ ଅରୁଣ କୁମାର ଅଗ୍ରୱାଲ କବିତା ପାଠ କରିଥିଲେ l
ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ମଧୁସ୍ମିତା ମହାନ୍ତି l
ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରାଜ୍ୟ ସଂଗୀତ ବନ୍ଦେ ଉତ୍କକ ଜନନୀ ଗାନ କରାଯାଇଥିଲା l


ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସର୍ବଶ୍ରୀ ଦିଲ୍ଲୀପ କୁମାର ଜେନା, ଜ୍ଞାନ ରଞ୍ଜନ ଧଳ, ସନ୍ତୋଷ କୁମାର ସ୍ୱାଇଁ,ମାନସ ରଞ୍ଜନ ବେହେରା,ଶିକ୍ଷୟିତ୍ରୀ କଳ୍ପନା ବ୍ରହ୍ମା,ସାହିତ୍ୟ ସଂଗଠକ ରଣଜିତ ସାହୁ, ଶିକ୍ଷୟିତ୍ରୀ ସଂଯୁକ୍ତା ଶତପଥୀ,ପ୍ରଣବ ବେହେରା, ନିକିତା ପ୍ରଧାନ,ଜ୍ୟୋତିର୍ମୟୀ ଷଢଙ୍ଗୀ, ଅନୁରାଧା ଗମାଙ୍ଗ, ଅଙ୍କିତା ସାହୁ ,ରୁକ୍ମଣୀ ସାମଲ, ବର୍ଷା ଦାସ,ବିନୋଦିତା ଦାସ,ସ୍ୱାଗତ ଜେନା, ସତ୍ୟପ୍ରକାଶ ସ୍ୱାଇଁ,ପ୍ରମୁଖ ପରିଚାଳନା କରିଥିଲେ l
ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ l