ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
ମେରଟ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ । ସ୍ୱାମୀଙ୍କୁ ହତ୍ୟା କରି ସିମେଣ୍ଟ ଡ୍ରମରେ ଭର୍ତ୍ତି କରିଥିବା ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୧୨୬ ଟି ଶୁଣାଣି ଓ ୨୨ ସାକ୍ଷୀଙ୍କ ବୟାନ ପରେ ମେରଟ ଜିଲ୍ଲା ଅଦାଲତ ରାୟ ଶୁଣାଇଛନ୍ତି ।ଅଦାଲତ ୩୦ ସେପ୍ଟେମ୍ବରରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ଘୋଷଣା ସମୟରେ ମୁସ୍କାନ ଓ ସାହିଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିଥିଲେ। କୋର୍ଟରେ ସୌରଭଙ୍କ ମା’ ରେଣୁ ଓ ଭାଇ ବବଲୁ ମଧ୍ୟ ଉପସ୍ଥିତ ଥିଲେ।ସୌରଭଙ୍କ ଓକିଲ କହିଛନ୍ତି, “ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ ଅଦାଲତ ନିଜ କର୍ତ୍ତବ୍ୟ କରିବ। ପକ୍ଷରକ୍ଷଣ ପକ୍ଷରୁ ବହୁତ ଚେଷ୍ଟା କରାଯାଇଥିଲା, କିନ୍ତୁ ଶେଷରେ ଆମର ଜିତ ହୋଇଛି। ସୌରଭଙ୍କ ପରିବାର ଏନେଇ କିଛି କହିନଥିଲେ।”
କୋର୍ଟ ବାହାରେ ଜଣେ ମହିଳା ଓକିଲ କହିଥିଲେ, “ଆମେ ସାବିତ୍ରୀଙ୍କ ଦେଶର, ମୁସ୍କାନଙ୍କ ନୁହେଁ। ସାବିତ୍ରୀ ନିଜ ସ୍ୱାମୀଙ୍କ ପ୍ରାଣ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଏହି ମାମଲାରେ ମୃତ୍ୟୁଦଣ୍ଡ ହେବା ଉଚିତ୍ ଥିଲା। ଆଇନ ଅନୁଯାୟୀ ଉଭୟଙ୍କୁ ଯଥୋଚିତ ଦଣ୍ଡ ମିଳିଛି।”