ଲାଞ୍ଚ ନେଲା ବେଳେ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ବ ନିରୀକ୍ଷକ ଆଲନ ବେହେରା ଭିଜିଲାନ୍ସହାତରେ ଧରାପଡ଼ିଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଜଣେ ଆବେଦନକାରୀ କୃଷିଜମିର କିସମ ବଦଳାଇ ଏହାକୁ ଘରବାରୀରେ ପରିଣତ କରିବା ପାଇଁ ସରକାରୀ ବ୍ୟବସ୍ଥା ଅନୁସାରେ ଅନ୍‌ଲାଇନ୍‌ ଆବେଦନ କରିଥିଲେ। ଏଥି ସହିତ ପ୍ରକ୍ରିୟା ଶୀଘ୍ର କରିବା ପାଇଁ ସେ ରାଜସ୍ବ ନିରୀକ୍ଷକ ଆଲେନ ବେହରାଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ଶ୍ରୀ ବେହେରା ଏହି କାମ କରିବା ପାଇଁ ପ୍ରଥମେ ୩୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।ତେବେ ଏହି ଲାଞ୍ଚ କାରବାର ନେଇ ଆବେଦନକାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ ଏବଂ ଶ୍ରୀ ବେହରାଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।ଆଲାନ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି।