ବ୍ୟବସାୟୀଙ୍କୁ ବଡ଼ ଆଶ୍ବସ୍ତି, ଦୀପାବଳୀ ପର୍ଯ୍ୟନ୍ତ ଘୁଞ୍ଚିଲା UPI ମର୍ଚ୍ଚାଣ୍ଟ ଫି

ପାର୍ବଣ ଋତୁରେ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି। UPI ପେମେଣ୍ଟ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍(MDR) ଚାର୍ଜ ଲାଗୁ କରାଯିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇଛି ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ(NPCI)।ସୂଚନାନୁଯାୟୀ, NPCI ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ସେୟାର କରିଛି । ଏଥିରେ କୁହାଯାଇଛି ଯେ, ଚୟନିତ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ ଉପରେ MDR ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅର୍ଥାତ୍, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଉପରେ ୧୫ ଅକ୍ଟୋବର ୨୦୨୬ରୁ ଯେଉଁ MDR ଲାଗୁ ହେବାର ଥିଲା, ତାହାକୁ ବର୍ତ୍ତମାନ ପାଇଁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ପାର୍ବଣ ସମୟରେ ଗ୍ରାହକ ଏବଂ ବ୍ୟବସାୟୀଙ୍କ ଉପରେ ଯେମିତି ଅତିରିକ୍ତ ଆର୍ଥିକ ବୋଝ ନ ପଡ଼ୁ। ପାର୍ବଣ ସମୟରେ ବେପାର ବଢିଥାଏ। ତେଣୁ ବ୍ୟବସାୟୀ ସଂଗଠନ, ଫିଟନେକ୍ କମ୍ପାନି ଏବଂ ପେମେଣ୍ଟ କମ୍ପାନି ଏହି ଚାର୍ଜେସ୍ ନିଷ୍ପତ୍ତି ଘୁଞ୍ଚାଇବାକୁ ବାରମ୍ବାର ଦାବି କରି ଆସୁଥିଲେ। ସେମାନଙ୍କ କହିବା କଥା MDRର ଅଲଗା ଅଲଗା ଦର ଏବଂ ନିୟମକୁ ନେଇ ଆହୁରି ସ୍ପଷ୍ଟତା ଜରୁରୀ। ତେବେ ଏହି ଚାର୍ଜ ନଭେମ୍ବର ଦ୍ଵିତୀୟ ସପ୍ତାହରେ ଲାଗୁ ହୋଇପାରେ।