୬୦ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ ତୁରନ୍ତ ସମାଧାନ କଲେ ୨୭ଗୋଟି
ଗଣିଆ -(ବିଶ୍ୱରଂଜନ ସେଠି ) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୬୦ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ମଧୁମିତା ରଥ, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମୁଦାୟ ୬୦ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ଭତା ସମ୍ପର୍କିତ ୬ଗୋଟି, ରାଜସ୍ୱ ବିଭାଗର ୯ଗୋଟି, ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ ୮ଗୋଟି, ପାନୀୟ ଜଳ ସଂପର୍କିତ ୩ଗୋଟି, ଆବାସ ଘର ସଂପର୍କିତ ୧୧ଗୋଟି, ଭିଭିରାମଜୀ ୧ଗୋଟି, ସୁଭଦ୍ରା ସଂପର୍କିତ ୨ଗୋଟି, ବିଦ୍ୟୁତ ବିଭାଗ ସଂପର୍କିତ ୧ଗୋଟି ଓ ଅନ୍ୟାନ୍ୟ ୧୯ ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ପଂଜିକୃତ ଅଭିଯୋଗ ମଧ୍ୟରୁ ବିଭିନ୍ନ ବିଭାଗର ୨୭ଗୋଟି ଅଭିଯୋଗକୁ ଜିଲାପାଳ ତୁରନ୍ତ ସମାଧାନ କରିଥିଲେ । ଏହି ଶିବିରରେ ଜିଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଏଡିଏମ ରୋଜିନା ଦାସ, ଜିଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଏସଡିପିଓ ସରୋଜ କୁମାର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଏସ ରାଓ, ତହସିଲଦାର ଐଶ୍ଚର୍ଯ୍ୟା ପୃଷେଠ, ବିଡିଓ ଲାବଣେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ଜନପ୍ରତିନିଧି, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।