ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି ।ଦିଲ୍ଲୀର ରାମଲୀଳା ମୈଦାନ, ବୁରାରି ମୈଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦିଆଯାଇ ପାରିବ । ଏହି ୩ ସ୍ଥାନରେ ଧାରଣା, ପ୍ରଦର୍ଶନ ଆୟୋଜନ କରିବା ପାଇଁ ବିସ୍ତୃତ ଓ ସଂଶୋଧିତ ଏସଓପି ଆସିବ ।ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରତିବାଦ ଓ ଧାରଣା ପାଇଁ ବିକଳ୍ପ ସ୍ଥାନ ଚିହ୍ନଟ କରିବା ଲାଗି ଏକ କମିଟି ଗଠନ କରିଥିଲା। ନାଗରିକମାନେ ନିଜର ମତ ପ୍ରକାଶ କରିବା ଓ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ପାଇଁ ଅନ୍ୟ ସ୍ଥାନର ବ୍ୟବସ୍ଥା କରିବା ଏହି କମିଟିର ଦାୟିତ୍ୱ ଥିଲା।ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦିଲ୍ଲୀବାସୀଙ୍କୁ ଭିଡ଼ରୁ ଆଶ୍ଵସ୍ତି ମିଳିବ । କାରଣ ଦିଲ୍ଲୀର ମଝି ଭାଗରେ ଥିବା ଜନ୍ତର-ମନ୍ତରରେ ପ୍ରତିବାଦ ଯୋଗୁଁ ପ୍ରଭାବ ଆଖପାଖ ଅଞ୍ଚଳରେ ପଡ଼ୁଥିଲା । ଟ୍ରାଫିକ୍ ଆଡଭାଇଜାରି ପରେ ଲୋକେ ସମସ୍ୟାରେ ପଡ଼ୁଥିଲେ । ନିକଟରେ ବଡ଼ ହସ୍ପିଟାଲ୍ ଓ ସ୍କୁଲ୍ ମଧ୍ୟ ରହିଛି । ପ୍ରତିବାଦ ସେଠାରେ ସେବା ଓ ଶିକ୍ଷାଦାନ ପ୍ରଭାବିତ ହେଉଥିଲା ।