ସେବା ନିବୃତି ସମ୍ବର୍ଦ୍ଧନା ସଭା

ଗଣିଆ ( ବିଶ୍ୱରଂଜନ ସେଠି ) ରବିବାର ପୂର୍ବାହ୍ନରେ ଗଣିଆ ସ୍ଥିତ ଶିକ୍ଷକ ଭବନଠାରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସେବା ନିବୃତି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଇଓ ବିନୋଦିନୀ ପଣ୍ଡା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ରାମଚନ୍ଦ୍ର ଦାଶ, ମହାଦେବ ମହାରଣା, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶୋଭନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜଗତର ନାଥ ଜଗନ୍ନାଙ୍କ ପ୍ରତିମୁର୍ତିରେ ଧୂପ ଦୀପ ମାଲ୍ୟାର୍ପଣ ପରେ ଆନୁଷ୍ଠାନିକଭାବେ ସମ୍ବର୍ଦ୍ଧନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ଦିବଂଗତ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ବାମନ ଚରଣ ବରିକି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଲେବୁଲ ୩/୪କୁ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପୁଷ୍ପଗଛ ଓ ଉତରୀୟ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ତା ପରେ ସେବା ନିବୃତି ପାଇଥିବା ୬ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉତରୀୟ, ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେବା ନିବୃତି ପାଇଥିବା ଶିକ୍ଷକ ଶିକ୍ଷୟକତ୍ରୀମାନେ ନିଜ ନିଜର ଶିକ୍ଷକତା ଅନୁଭୁତି ଓ ସ୍ମୃତି ରୋମନ୍ଥନ କରିଥିଲେ । ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ସମାଜର ବିକାଶ କାର୍ଯ୍ୟରେ ନିୟୋଜିତ ରହିବାକୁ ପରାମର୍ଶ ଦେବା ସହିତ ସେମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କିଶୋର କୁମାର ପଣ୍ଡା, ସୁରେଶ ଚନ୍ଦ୍ର ବେହେରା, ସୁନିଲ କୁମାର ସାହୁ, ସୁଶାନ୍ତ କୁମାର ରଣା, ବୀରେନ୍ଦ୍ର କୁମାର ସାହୁ, ବ୍ରଜେଶ କୁମାର ମହାଳିକ ପ୍ରମୁଖ ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ