ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ୭ଗୋଟି ପଦବୀ ପାଇଁ ୧୪ଜଣ ପ୍ରାର୍ଥୀ ଦାଖଲ କଲେ

ଗଣିଆ • ( ବିଶ୍ୱରଂଜନ ସେଠି ) ସାରା ରାଜ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ଥିବାବେଳେ ଗଣିଆରେ ମଧ୍ୟ ତାହା ଦେଖିବାକୁ ମିଳିଛି । ଗଣିଆ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଅନୁରୂପଭାବେ ବେଶ ସରଗରମ ଦେଖିବାକୁ ମିଳିଛି । ମହାବିଦ୍ୟାଳୟରେ ମୋଟ ୭ଗୋଟି ପଦବୀ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଶୁକ୍ରବାର ଦିନ ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସର ବେଶ ସରଗରମ ଥିଲା । ନିର୍ବାଚନ ପାଇ ଉଭୟ ଏବିଭିପି ଓ ବିସିଜେଡ଼ି ମଧ୍ୟରେ ବେଶ ପ୍ରତିଯୋଗିତା ହେବାକୁ ଥବବାର ଦେଖିବାକୁ ମିଳିଥିଲା । ଉଭୟ ଦଳର ଛାତ୍ର ଛାତ୍ରୀମାନେ ପୂର୍ବାହ୍ନ ୧୧ ଘଟିକା ସମୟରୁ ପର୍ଯ୍ୟାୟକ୍ରମେ ଗଣିଆ ରାମ ମନ୍ଦିର ପରିସରରୁ ନିଜ ନିଜର ସପକ୍ଷ ଛାତ୍ରଛାତ୍ରମାନଙ୍କ ଗହଣରେ ପଟୁଆରରେ ଯାଇ ମହାବିଦ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତେବେ ଏବିଭିପି ସଭାପତି ପଦପାଇଁ ମୁନା ବେହେରା, ଓ ବିସିଜେଡିର ଉଦ୍ୟନାଥ ପ୍ରଧାନ, ଉପସଭାପତି ପଦପାଇଁ ଜ୍ଞାନରଂଜନ ସାହୁ ଓ ରୁଦ୍ର ନାରାୟଣ ମଲିକ, ସାଧାରଣ ସଂପାଦକ ପଦପାଇଁ ରାଜେନ୍ଦ୍ର ବାରିକି ଓ ଆସ୍ରିନ ବେଗମ, ସହ-ସଂପାଦକ ପଦପାଇଁ ସୁମନ ପରିଡ଼ା ଓ ଆର୍ଶୀବାଦ ବେହେରା, ଡିଏସଏ ସେକ୍ରେଟାରୀ ପାଇଁ ଶୁଭମ ସେଠୀ ଓ ବିଶ୍ୱରଂଜନ ପରିଡ଼ା, ଡ୍ରାମାଟିକ ସେକ୍ରେଟାରୀ ପଦପାଇଁ ଅବିନାଶ ଗଣ୍ଠିଆ ଓ ସମୀର ନାଏକ, କ୍ରୀଡ଼ା ସଂପାଦକ ପଦପାଇଁ ଆଦିତ୍ୟ କୁମାର ବେହେରା ଓ ଅଭିଷେକ ପ୍ରଧାନ ପ୍ରମୁଖ ମୋଟ ୧୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତାଙ୍କ ସୁଚନା ଅନୁସାରେ ୨୦୨୦ ମସିହାରେ ଛାତ୍ର ପ୍ରତିନିଧି ଚୟନ କରାଯାଇଥିଲା ବେଳେ ଚଳିତ ବର୍ଷ ନିର୍ବାଚନ ହେଉଥୁବା ନେଇ ଛାତ୍ରଛାତ୍ରୀଙ୍କ ମନରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଏ ନେଇ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ କରିବାକୁ ଛାତ୍ରଛାତ୍ରୀମାନେ ସହଯୋଗ କରିବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଖିଳ କୁମାର ହୋତା ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ,ଏସ ଆଇ ଶ୍ୟାମସୁନ୍ଦର ପ୍ରଧାନଙ୍କ ସମେତ ପୋଲିସ କର୍ମଚାରୀଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।