ରାଜଧାନୀରେ ହାଇଆଲର୍ଟ, ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଘରୁ ଉଠାଇନେଲା ଦିଲ୍ଲୀ ପୋଲିସ
ସିଜେପି ଆନ୍ଦୋଳନ ପୂର୍ବରୁ ୬୦୦ରୁ ଅଧିକ ଅଟକ । ବିଭିନ୍ନ ସ୍ଥାନରେ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ପୋଲିସ । ଜନ୍ତରମନ୍ତର ୨.୦ ପ୍ରତିବାଦ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଜାରି ରହିଛି । ଜନ୍ତରମନ୍ତର ୨.୦ ପ୍ରତିବାଦକୁ ନେଇ ଦେଶର ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ।ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIRଙ୍କ ନିଲମ୍ବନ ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଏବଂ କନଟ୍ ପ୍ଲେସରେ କୋକ୍ରୋଚ୍ ଜନତା ଦଳର ସମର୍ଥକମାନେ ଏକାଠି ହେବା ଆରମ୍ଭ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ୫ ଶହରୁ ଅଧିକଙ୍କୁ ଅଟକ ରଖିଛି। ଏହି ଅଞ୍ଚଳ ଗୁଡ଼ିକରୁ ପ୍ରତିବାଦକାରୀମାନଙ୍କୁ ହଟାଇ ଦିଆଯାଉଛି। ଅନେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି | ତେବେ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମ ସ୍ଥିତ ତାଙ୍କ ଘରୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଶନିବାର ସକାଳ ପ୍ରାୟ ୮ଟା ସମୟରେ ପୋଲିସ ତାଙ୍କୁ ନିଜ ଘରୁ ନେଇଥିବା ସୂଚନା ମିଳିଛି । ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ କେନ୍ଦ୍ରୀୟ ବିହାରରେ ଧ୍ରୁବଙ୍କ ଘର ରହିଛି । ଆଜି ଜନ୍ତରମନ୍ତରରେ ହେବାକୁ ଥିବା CJP ପ୍ରତିବାଦରେ ଧ୍ରୁବ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା । ଧ୍ରୁବ ରାଠୀ ଲଗାତାର ଏହି ପ୍ରତିବାଦକୁ ସମର୍ଥନ କରିଆସୁଥିଲେ । ଗୋଟେ ଦିନ ପୂର୍ବରୁ ଧ୍ରୁବ ଇଣ୍ଡିଆ ଗେଟ୍ ଯାଇଥିଲେ ।