ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ର ଶୋଭାଯାତ୍ରା*

*ଆଜି ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କଂଗ୍ରେସ ସାଂସଦ ତଥା JNUର ପୂର୍ବତନ ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜମଙ୍କ ବିରୋଧରେ ଉଠିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା। JNUର ଆଭ୍ୟନ୍ତରୀଣ ତଦନ୍ତ ପରେ ତାଙ୍କୁ ବରଖାସ୍ତ କରାଯାଇଥିବା ସହ ପୋଲିସ ମାମଲା ମଧ୍ୟ ରୁଜୁ ହୋଇଛି।

ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱର ନୀରବତାକୁ ବିରୋଧ କରି ରାହୁଲ ଗାନ୍ଧୀ ଓ ବିମୋଲ ଆକୋଇଜମଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି କୌଣସି ପ୍ରକାରର ଅବହେଳାକୁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା କେବେ ବି ସହ୍ୟ କରିବ ନାହିଁ ବୋଲି ଏହି ପ୍ରତିବାଦ ମାଧ୍ୟମରେ ସନ୍ଦେଶ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ପ୍ରତିନିଧି HR ଟିଭି ଓଡ଼ିଆ ।