ରାମଲୀଳା ମଞ୍ଚରେ ଦେଖିବାକୁ ମିଳିବ କେନ୍ଦ୍ରମନ୍ତ୍ରୀଙ୍କ ଜୁଏଲ୍‌ ଓରାମଙ୍କ ଅଭିନୟ

ନେତାରୁ ଅଭିନେତା ବନିବେ ଜୁଏଲ ଓରାମ। ଏବେ ତାଙ୍କର ଅଭିନୟର ଯାଦୁ ଦେଖିବ ପୂରା ଦୁନିଆ।କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ହିନ୍ଦୁ ମହାକାବ୍ୟ ରାମାୟଣର ପ୍ରମୁଖ ଚରିତ୍ର ନିଷାଦରାଜଙ୍କ ଭୂମିକାରେ ନଜର ଆସିବେ । ଲାଲକିଲ୍ଲା ମଇଦାନରେ ଆୟୋଜିତ ହେଉଥିବା ଲବ କୁଶ ରାମଲୀଳାରେ ତାଙ୍କୁ  ନିଷାଦରାଜ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।ଏନେଇ ଲବ କୁଶ ରାମଲୀଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଜନଜାତି ନେତାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲ୍ ଓରାମ ଏବେ ରାମଲୀଳାର ମଞ୍ଚରେ ଏକ ପୌରାଣିକ ଚରିତ୍ରରେ ଅଭିନୟ କରିବେ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଖୁସି ବ୍ୟକ୍ତ କରିଛନ୍ତି ।ନିଜର ଅଭିନୟ କରିବା ନେଇ ସ୍ପଷ୍ଟ କରିଛନ୍ତି ନିଜେ ମନ୍ତ୍ରୀ ଜୁଏଲ ଓରାମ। ନବରାତ୍ରୀ ସହିତ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାମଲୀଳାର ପରମ୍ପରା ଥିବା ବେଳେ ଏଥିରେ ବହୁ ଜଣାଶୁଣା ଅଭିନେତାଙ୍କୁ ଦେଖିବାକୁ ମିଳିଥାଏ। ତେବେ ଏଥର ମଞ୍ଚରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ।୧୪ ତାରିଖରେ ଜୁଏଲଙ୍କ ଅଭିନୟ ମଞ୍ଚସ୍ଥ ହେବ । ଆଉ ଜୁଏଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଏଥିପାଇଁ ସେ ଦୁଇ ଦିନ ଧରି ରିହର୍ସଲ କରିବେ।