ଅବ୍ୟବସ୍ଥାରେ ଆଞ୍ଚଳିକ ଶିଶୁ ମହୋତ୍ସବ ‘ସୁରଭି’: ପ୍ରହସନ ପାଲଟିଲା ସରକାରୀ ପ୍ରୟାସ
ଗଣିଆ (ବିଶ୍ୱରଂଜନ ସେଠି )ଛାତ୍ରଛାତ୍ରୀମାନଙ୍କ ଭିତରେ ଲୁକ୍କାୟିତ ପ୍ରତିଭା ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କିନ୍ତୁ କିଛି ଦାୟିତ୍ୱହାନ୍ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏହି ସୁନ୍ଦର ପ୍ରୟାସ ବର୍ତ୍ତମାନ ଏକ ପ୍ରହସନରେ ପରିଣତ ହୋଇଛି। ଶିକ୍ଷକ ଭବନ ସମ୍ମୁଖରେ ଅନୁଷ୍ଠିତ ଆଞ୍ଚଳିକ ଶିଶୁ ସୁରଭି କାର୍ଯ୍ୟକ୍ରମରେ ଏଭଳି ଅବ୍ୟବସ୍ଥା ଓ ଅନିୟମିତତା ଦେଖିବାକୁ ମିଳିଛି,। ଏପରିକି କାଯ୍ୟକ୍ରମ ଚାଲୁଥିବା ସମୟରେ ବିଦ୍ୟାଳୟର ଦୁଇଜଣ ଛାତ୍ର ମଧ୍ୟରେ ମାଡପିଟ ଦେଖିବାକୁ ମିଳିଥିଲା । ଏପରିକି କିଛି ସମୟ ପଯ୍ୟନ୍ତ କୄଯ୍ୟକ୍ରମ ବନ୍ଦ ହୋଇଥିଲା . ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ତ୍ରିବ ଅସନ୍ତୋଷ ପ୍ରକାଶ ପାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠି ଏବଂ ପି.ଏମ୍. ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପିଲାମାନଙ୍କ ପାଇଁ ନୃତ୍ୟ, ସଙ୍ଗୀତ, କୁଇଜ୍ ଏବଂ ଏକକ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରକୃତ ଯୋଗ୍ୟ ପ୍ରତିଯୋଗୀଙ୍କୁ ପୁରସ୍କୁତ କରିବା ବଦଳରେ ନିଜ ସମ୍ପର୍କୀୟ ଓ ମୁହଁ ଚାଁହା ଦେଖି ପୁରସ୍କୃତ କରାଯାଇଥିବା ଅଭିଯୋଗ ହୋଇଛି । ଏଥି ସହିତ ସିଆରସୀସି ରାଧାକାନ୍ତ ନାୟକଙ୍କ ଖାମଖିଆଲି ଓ ଇଛା୍କୃତ ମନୋଭାବ ନେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ବ୍ଲକ ସ୍ତରୀୟ ସୁରଭି ପାଇଁ ଚୟନ କରାଯାଇଥୁବାରୁ ଅଭିଭାବକ ମହଲରେ ଆସନ୍ତୁଷ୍ଟ ଦେଖିବାକୁ ମିଳିଛି । ଏତେ ବଡ଼ ଶିଷୁ ମହୋତ୍ସବ ପାଇଁ ଯେପରି ସଠିକ୍ ଯୋଜନା ଓ ସମନ୍ୱୟ ରହିବା କଥା, ତାହାର ଅଭାବ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ଦାୟିତ୍ୱରେ ଥିବା ସିଆରସିସିଙ୍କ ଅବହେଳା ଯୋଗୁଁ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ସଠିକ୍ ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି, ଯାହା ପିଲାଙ୍କ ମନୋବଳକୁ ପ୍ରଭାବିତ କରିଛି। ସରକାରୀ ସ୍ତରରେ ଶିଶୁମାନଙ୍କ ପ୍ରତିଭା ବିକାଶ ପାଇଁ କୋଟକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ, କିଛି ଅଧିକାରୀଙ୍କ ଏଭଳି ବେପରୁଆ ମନୋଭାବ ସରକାରୀ ଯୋଜନାକୁ ପଥଭ୍ରଷ୍ଟ କରୁଛି।