କଟକ ସିଡିଏ ସେକ୍ଟର-୧୦ ରେ ଅଗ୍ନିକାଣ୍ଡ, ପିଏନଜି ଗ୍ୟାସ ଲାଇନ୍ ଲିକ୍ କାରଣରୁ ଲାଗିଲା ନିଆଁ

କଟକ ସିଡିଏ ସେକ୍ଟର-୧୦ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ । ପିଏନ୍‌ଜି ପାଇପ୍‌ରୁ ଗ୍ୟାସ୍ ଲିକ୍ ହେବା ପରେ ଲାଗିଥିଲା ନିଆଁ । ଗୋଟିଏ କି ଦୁଇଟି ନୁହେଁ, ବରଂ ୪ଟି ସ୍ଥାନରେ ପିଏନ୍‌ଜି ପାଇପ୍‌ ମାଧ୍ୟମରେ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । । ତୁରନ୍ତ ନିଆଁକୁ ଆୟତ୍ତ କଲେ ସିଡିଏ ଅଗ୍ନିଶମ ବାହିନୀ । ଏଥିରେ କେହି ଆହତ ହୋଇନାହାନ୍ତି । ପାଖରେ ଥିବା ଏକ ଜଳଖିଆ ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ପିଏନ୍‌ଜି ପାଇପ୍‌ରୁ ଏକାଧିକ ସ୍ଥାନରେ ଗ୍ୟାସ୍ ଲିକ୍ ହେବା ଘଟଣାକୁ ନେଇ ଏବେ ସତର୍କତା ଜରୁରୀ। ତେବେ ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ମିଳିନାହିଁ ।