ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣାରେ ଆକ୍ସନ୍, ୨ ଅବକାରୀ ଅଧିକାରୀ ନିଲମ୍ବିତ
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଘଟଣାରେ SI ଓ ASIଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର।ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ସସ୍ପେଣ୍ଡ ହୋଇଛନ୍ତି। ପୂର୍ବରୁ ଛାୟାକାନ୍ତଙ୍କୁ ଜିଲ୍ଲା ଅବକାରୀ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଘଟଣାରେ ଜଡ଼ିତ ASI ପ୍ରଦୀପ କୁମାରଙ୍କୁ ଆଳି ଏକ୍ସସାଇଜ ଷ୍ଟେସନକୁ ବଦଳି କରାଯାଇଥିଲା।ସୂଚନା ଅନୁଯାୟୀ, ମେ ୨୮ ତାରିଖରେ ରାଜନଗର ବାରଦିଆରେ ବିନୋଦ କୁମାର ଦାସ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଚୋରା ମାଦ ବିକ୍ରି ହେଉଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ଚଢାଉ ବେଳେ ବିନୋଦ ଉପସ୍ଥିତ ରହି ଫଟୋ ଉଠିବାରୁ ତାଙ୍କୁ ଅଧିକାରୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ଘଟଣାରେ ଦୁଇ ଅଧତ୍କାରୀଙ୍କ ବଦଳି ହୋଇଥିଲା।