CMOରୁ ୨ ଫାଇଲ୍ ଚୋରି ଏତଲା ପରେ ଆରମ୍ଭ ହେଲା ତଦନ୍ତ
ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ ।ଏହି ମାମଲାରେ BNSର ଧାରା ୩୧ Criminal Breach of Trust / ବିଶ୍ୱାସଘାତକତା ଲାଗୁ ହୋଇପାରେ। ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଏଥିପାଇଁ ୧୦ ବର୍ଷ କାରାଦଣ୍ଡର ପ୍ରାବଧାନ ରହିଛି। ଏହା ସହିତ ଦସ୍ତାବିଜ୍ ନଷ୍ଟ କରିବା (Mischief) ଏବଂ ସରକାରୀ ରେକର୍ଡ ଆକ୍ଟ, ୧୯୯୩ ର ବିଭିନ୍ନ ଧାରା ଲାଗୁ ହୋଇପାରେ।